ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଡୀଜୀସିଏ କଡ଼ା ନିଷ୍ପତ୍ତି ନେଇଛି । ଯାତ୍ରା ସମୟରେ ଯାତ୍ରୀମାନେ ଯେପରି ଭଲ ଭାବେ ମାସ୍କ ପିନ୍ଧନ୍ତି ତାହା ସୁନିଶ୍ଚିତ କରିବାକୁ ସମସ୍ତ ଏୟାରଲାଇନ୍ସକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯଦି ସେମାନେ ଏପରି ନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ମାସ୍କ ବ୍ୟତୀତ ଯାତ୍ରୀଙ୍କ ସାନିଟାଇଜେସନ ଉପରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଏହାକୁ ସୁନିଶ୍ଚିତ କରିବା ପାଇଁ ବିମାନ ବନ୍ଦରରେ ଯାତ୍ରୀଙ୍କ ନିରୀକ୍ଷଣ କରିବାକୁ ଡୀଜୀସିଏ ନିର୍ଦ୍ଦେଶ ଦେଇଛି ।