ମିଜୋରାମରେ ଖସିଲା ପଥର ଅତଡ଼ା, ଏକାଧିକ ଶ୍ରମିକ ଚାପି ହୋଇଥିବା ଆଶଙ୍କା

ଆଇଜୋଲ,ଏଜେନ୍ସି: ମିଜୋରାମରେ ଖସିଲା ପଥର ଅତଡ଼ା । ପଥର ଖଣିରେ ଅତଡ଼ା ଖସି ଚାପି ହୋଇଗଲେ ଶ୍ରମିକ । ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ ପଥର ଅତଡ଼ା ଚାପି ହୋଇଥିବା ଅନୁମାନ କାରଯାଉଛି । ମିଜୋରାମର ହାନ୍ଥିଆଲ୍‌ ଜିଲ୍ଲାର ମାଉଦର୍‌ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା । ଏହାକୁ ନେଇ ସାଇଜିକପୁଇ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।