ପଟିୟାଲାରେ ପୁଲିସ ଉପରକୁ ପଥର ମାଡ଼

ପଞ୍ଜାବ: ପଞ୍ଜାବର ପଟିୟାଲାରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଶୋଭାଯାତ୍ରାକୁ କେନ୍ଦ୍ର କରି ୨ ସମୁଦାୟ ମଧ୍ୟରେ ହିଂସାତ୍ମକ ଆକ୍ରମଣ ଦେଖିବାକୁ ମିଳିଛି । ଏହି ସମୟରେ ପୁଲିସ ଅଟକାଇବାରୁ ପଥର ସହ ତଲୱାର ଆକ୍ରମଣର ଶିକାର ହେବାକୁ ପଡ଼ିଛି । ଏଥିରେ ଅନେକ ପୁଲିସଙ୍କ ସମେତ ୨ଜଣ ସାଧାରଣ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଉଭୟ ସମୁଦାୟ ଫବାରା ଛକ ପଟକୁ ଶୋଭାଯାତ୍ରା କରିବାକୁ ଚାହୁଁଥିଲେ । ଆଉ ଉଭୟ ସମୁଦାୟ ପାଖରେ ଅନୁମତି ନଥିବାରୁ ପୁଲିସ ଯିବାକୁ ଦେଇନଥିଲା । ଏହାକୁ କେନ୍ଦ୍ର କରି ସେମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ ।