ଖୁବଶୀଘ୍ର ଖୋଲିବ ମନ୍ଦିର, ତତ୍ପରତା ପ୍ରକାଶ କଲେ ସରକାର

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଖୁବଶୀଘ୍ର ଖୋଲିପାରେ ମନ୍ଦିର । ମନ୍ଦିର ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆସନ୍ତା ୧୦ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ଗାଇଡଲାଇନ ପାଳନ କରି କିପରି ମନ୍ଦିର ଖୋଲାଯାଇ ପାରିବ ସେ ନେଇ ଏସଓପି ଜାରି କରିବେ ରାଜ୍ୟ ସରକାର।  ସୂଚନାଯୋଗ୍ୟ, କରୋନା କଟକଣା ଭିତରେ ମନ୍ଦିର ଖୋଲିବା ଦାବିରେ ଗତକାଲି ପୂର୍ବାହ୍ନ ରେ ବିଭିନ୍ନ ମନ୍ଦିର ସାମ୍ନାରେ ଘଣ୍ଟଘଣ୍ଟା ବାଜିଥିଲା। ଏହାବ୍ୟତୀତ ଶ୍ରୀମନ୍ଦିର ଖୋଲିବାକୁ ଦାବି କରି ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ।