Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନୂଆ ଭାରିଆଣ୍ଟକୁ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ, ଆସିପାରେ ନୂଆ ଗାଇଡଲାଇନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନୂଆ ଭାରିଆଣ୍ଟକୁ ନେଇ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ, ଆସିପାରେ ନୂଆ ଗାଇଡଲାଇନ

ଭୁବନେଶ୍ବର,ଏନ୍ଏନ୍ଏସ୍: କିଛି ମାସର ବିରାମ ପରେ ପୁଣି କୋରୋନା ସଂକ୍ରମଣ ଭୟ ଘାରିଛି । ରାଜ୍ୟରେ ଚୀନ ଭାରିଆଣ୍ଟ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗର ତତ୍ପରତା ବଢିଛି । ବିଦେଶରେ ବଢୁଛି ସଂକ୍ରମଣ, ଓଡ଼ିଶାରେ ଏହାକୁ ନେଇ ଆଜି (ଶୁକ୍ରବାର) ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ମଧ୍ୟାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ସ୍ବାସ୍ଥ୍ୟ ବିଭାଗ ସହ ଆରଏମଆରସି , ଆଇଏଲ୍‌ଏସ୍‌ ଏବଂ ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ଏବଂ ଅନାନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ସାମିଲ ହେବେ ।

ଆଗକୁ ଆଛି ଖ୍ରୀଷ୍ଟମାସ ଏବଂ ନୂଆବର୍ଷ । ଜନଗହଳି ହେବାର ସମ୍ଭାବନା ଅଧିକ ରହିଛି । ତେବେ ଜନଗହଳି ଠାରୁ ଦୂରେଇ ରହିବା ସହ ଜନଗହଳି ସ୍ଥାନରେ ମାକ୍ସ ପିନ୍ଧିବାକୁ ଅପିଲ କରିଛି ସ୍ଵାସ୍ଥ୍ୟ ବିଭାଗ । ତେବେ କୋଭିଡ ସ୍ଥିତିକୁ ନେଇ ରାଜ୍ୟରେ କଣ କଟକଣା କରାଯିବ ସେନେଇ ବୈଠକରେ ଆଲୋଚନା ହେବ । ଆଗକୁ ଯଦି ସ୍ଥିତି ସାଙ୍ଘାତିକ ତାର ମୁକାବିଲା ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ଦିନରେ ଆଲୋଚନା ହେବ । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୁଣି କଟକଣା ଲାଗୁ କରାଯିବ କି ନାହିଁ ସେନେଇ ଆଲୋଚନା ହୋଇପାରେ । କାରଣ କିଛି ମାସ ତଳୁ ରାଜ୍ୟ ସରକାର କୋଭିଡର ସମସ୍ତ କଟକଣାକୁ ଉଠାଇ ଦେଇଥିଲେ । ତେବେ ବର୍ତ୍ତମାନ ସର୍ବ ସାଧାରଣ ଜନଗହଳି ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିପାରନ୍ତି ସରକାର ବୋଲି ସୂଚନା ମିଳିଛି ।

ସେପ୍ଟେମ୍ବର ୩୦ରେ ଜଣେ ମହିଳାଙ୍କ ଶରୀରରେ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଏହା ପରେ ୩ ମାସ ମଧ୍ୟରେ ଏହି BF.7 ଭାରିଆଣ୍ଟର କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଭୟଭୀତ ହେବାର ଆବଶ୍ୟକ ନାହିଁ । ଚୀନରେ ଏହା ବ୍ୟାପୁଛି ତାହା ନୁହେଁ ଯେ ଭାରତରେ ଏହି ହାରରେ ଏହା ବ୍ୟାପିବ ଓ ଆକ୍ରାନ୍ତ କରାଇବ । ସର୍ଭେଲାନ୍ସ ଜାରି ରହିଛି ଆଗକୁ ବି ରହିବ । ବୁଷ୍ଟର ଡୋଜ ନେବାକୁ ସମସ୍ତଙ୍କୁ ଅନୁରୋଧ । ସମସ୍ତଙ୍କୁ ସଚେତନ ହେବାକୁ ହେବାକୁ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଯଥା ଗହଳି କରି ଗହଳିକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ନିଜ ପାଇଁ ନିଜେ ସତର୍କ ହୁଅନ୍ତୁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଟେଷ୍ଟିଂ, ଟ୍ରାକିଂ,ଟ୍ରିଟମେଣ୍ଟ ଜାରି ରହିଛି । ଭାରତ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଆଗକୁ କଟକଣା ଲାଗୁ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।