ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି । ଗସ୍ତ ବେଳେ ଲୋକସଭା ପ୍ରଭାସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ୨୦୨୪ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି ଚାଲିଛି । ବିଜେପି ଫୋକସରେ ଓଡିଶା ରହିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଜେପି ନଡ୍ଡା ଯୋଗଦେବେ ।
ଦଳୀୟ ନେତାଙ୍କ ସହ କରିବେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୪ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇପାରେ ବୋଲି ସୂଚନା ରହିଛି । କିପରି ଓଡିଶାରେ ଦଳ ବାଜି ମାରିବ ଲୋକଙ୍କ ନିକଟତର ହେବ ଏନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ରୀ ଦେବେ ନଡ୍ଡା ।