ଆଜି ଓଡିଶା ଆସୁଛନ୍ତି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବାଗତ ପାଇଁ ପ୍ରସ୍ତୁତ ବିଜେପି

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତାଙ୍କୁ ସ୍ବାଗତ କରିବାକୁ ପୁରା ପ୍ରସ୍ତୁତ ରାଜ୍ୟ ବିଜେପି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ବରୀ ।

ପୁରେନ୍ଦଶ୍ୱରୀ କହିଛନ୍ତି କି, ‘‘ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ପୁରାପୁରି ପ୍ରସ୍ତୁତ । ଦଳର କାର୍ଯ୍ୟକର୍ତ୍ତା ବହୁତ ଉତ୍ସାହିତ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି (ଗୁରୁବାର) ଦିନ ପ୍ରାୟ ୧୧ ଟା ୪୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଜନତା ମଇଦାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ୨୦୨୪ ନିର୍ବାଚନରେ ଦଳ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହେବ। କେଉଁ ପ୍ରସଙ୍ଗକୁ ଦଳ ଅସ୍ତ୍ର କରି ନିର୍ବାଚନ ରଣକ୍ଷେତ୍ରରେ ଓହ୍ଲାଇବ । ଏହାକୁ ନେଇ ଦଳୀୟ ନେତାଙ୍କୁ ନଡ୍ଡା ମାନସ ମନ୍ଥନ କରିବେ । ରାଜ୍ୟର ସବୁ ପଞ୍ଚାୟତରୁ କର୍ମୀମାନେ ଆସିବେ ବୋଲି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀ କହିଛନ୍ତି।

ଏହାକୁ ନେଇ ଗତକାଲି(ବୁଧବାର) ଜନତା ମଇଦାନରେ ହେବାକୁ ଥିବା ସଭାସ୍ଥଳୀକୁ ବୁଲି ଦେଖିଛନ୍ତି ପୁରନ୍ଦଶ୍ୱରୀ । ୨୦୨୪ ରେ ଦୁଇ ପାକ୍ଷିକ ଲଢେଇ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ରାଜ୍ୟବାସୀ ବିଜେପିକୁ ଓଡ଼ିଶାରେ ବିରୋଧୀ ଦଳ ଭୂମିକାରେ ବସାଇଛନ୍ତି । ସେଥିପାଇଁ ବିଜେପି ଲଢେଇ କରିବା ପାଇଁ ପ୍ରସ୍ତୁତ । ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ସେହି କ୍ରମରେ ଓଡିଶା ଗସ୍ତରେ ଆସୁଛନ୍ତି । ଭାରତୀୟ ଜନତା ପାର୍ଟିର ହେବ ସାଙ୍ଗଠନିକ ବୈଠକ। ତାକୁ ନେଇ ଦଳୀୟ କାର୍ଯ୍ୟକତା ବେଶ ଉତ୍ସାହିତ। ଜନତା ମଇଦାନରେ ଦୁଇ ଦିନ ଧରି ଦଳର ପଞ୍ଚାୟତ ସ୍ତରର ନେତାଙ୍କ ଏବଂ ଛାମୁଆ ସଙ୍ଗଠକଙ୍କ ସହ ଆଲୋଚନା ହେବ ।