ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକ ଓ ଗୁରୁତରଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ସରକାର ମୃତକଙ୍କ ପରିବାର ବର୍ଗକୁ ୫ ଲକ୍ଷ ଓ ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ପ୍ରଦାନ କରିବେ । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରାଯିବ । ତେବେ ଏହି ଅନୁକମ୍ପା ରାଶି ସମସ୍ତ ମୃତାହତ ନା କେବଳ ଓଡ଼ିଶାର ଲୋକଙ୍କ ଲାଗି ଘୋଷଣା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ବାଲେଶ୍ଵର ରେଳ ଦୁର୍ଘଟଣାରେ ମୃତକଙ୍କ ଓ ଗୁରୁତରଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଉଦ୍ଧାର କାର୍ଯ୍ୟ ତ୍ବାରାନ୍ବିତ ଆଉ ଏବେ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଣ ହରାଇଥିବା କରିଥିବା ଯାତ୍ରୀଙ୍କ ପରିବାର ଲୋକଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବେ ଓଡ଼ିଶା ସରକାର । ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରଦାନ କରାଯିବ ।