କଲମ୍ବୋ/ନୂଆଦିଲ୍ଲୀ,ଏଜେନ୍ସି: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପୁଣି ଥରେ ଭାରତକୁ ପ୍ରଶଂସାରେ ପୋତିଛନ୍ତି। ଆର୍ଥିକ ସଂକଟର ସାମ୍ନା କରୁଥିବା ନିଜ ଦେଶ ପାଇଁ ଭାରତ ତରଫରୁ ଦିଆଯାଉଥିବା ସହାୟତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଉଭୟ ଦେଶର ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।
ଟୁଇଟ୍ରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କଥା ହୋଇଛି। ଏହି ସମୟରେ ସେ ଭାରତ ତରଫରୁ ଦିଆଯାଇଥିବା ସହଯୋଗ ଉପରେ ନିର୍ମଳା ସୀତାରମଣଙ୍କୁ ଭାରତର ପ୍ରଶଂସା କରିଛନ୍ତି। ଶ୍ରୀ ବିକ୍ରମସିଂଘେ କହିଛନ୍ତି ଯେ, ଶ୍ରୀଲଙ୍କା ପାଇଁ ସହଯୋଗ ପାଇଁ ଏକ ବିଦେଶୀ ସହାୟତା ସମୂଳହର ପ୍ରତିଷ୍ଠାରର ସଂପର୍କରେ କ୍ୱାଡ ସଦସ୍ୟର ପ୍ରସ୍ତାବ ଉପରେ ଭାରତ ଓ ଜାପାନର ସକରାତ୍ମକ ଚିନ୍ତାଧାରା ପାଇଁ ଧନ୍ୟବାଦ ଜଣାଉଛି।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ପ୍ରାୟ ୨ ମାସ ହେବ ଘୋର ଆର୍ଥିକ ପରିସ୍ଥିତି ଦେଖାଯାଇଛି। ଖାଇବା-ପିଇବା ଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ଓ ଔଷଧ ସଂକଟ ଦେଖାଯାଇଛି। ଭାରତ ଏହାରି ମଧ୍ୟରେ ଏକାଧିକ ଦଫାରେ ଖାଦ୍ୟାନ୍ନ, ପେଟ୍ରୋଲ-ଡିଜେଲ ଓ ଔଷଧ ପଠାଇଛି।