ବକେୟା ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟ କରାଯିବ: ସାଉଥକୋ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେସୁ ଭଳି ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଜୁଳି କାଟ୍ କରିବ ସାଉଥକୋ । ଫେବୃଆରୀ ୧୫ ତାରିଖ ପୂର୍ବରୁ ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକଲେ ଲାଇନ୍ କଟାଯିବ। ଏ ନେଇ ସାଉଥକୋ ୟୁଟିଲିଟିର ଏଓ ଇ.ପ୍ରଦୀପ କୁମାର ସାହୁ ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି।

ଏଥିସହ ସେ କହିଛନ୍ତି ଯେ ସାଉଥକୋ ୟୁଟିଲିଟିର ୧୫ଲକ୍ଷ ୭୩ହଜାର ୮ଶହ ୧୫ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ୧ହଜାର ୩ଶହ ୭୪କୋଟି ଟଙ୍କା ବକେୟା ରହିଛି। ତେଣୁ ତୁରନ୍ତ ଉପଭୋକ୍ତାମାନେ ବିଲ ପୈଠ ନକଲେ ସେମାନଙ୍କର ବିଦ୍ୟୁତ୍ କାଟ ହେବ।