ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ପ୍ରଥମଥର ପାଇଁ ଆମ ଆଦମି ପାର୍ଟି ପଞ୍ଜାବରେ ସରକାର ଗଢ଼ିବାକୁ ଯାଉଛି । ଇତିମଧ୍ୟରେ ମୋଗା ସିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଥିଲେ । କିନ୍ତୁ ମାଲବିକାଙ୍କୁ ଆପ୍ ପ୍ରାର୍ଥୀ ଡା. ଅମନଦୀପ ଅରୋଡ଼ା ହରାଇ ଦେଇଛନ୍ତି ।
ସୂଚନାଯୋଗ୍ୟ, ପଞ୍ଜାବର ମୋଗା ସିଟରୁ କଂଗ୍ରେସ ୧୯୭୭ରୁ ୨୦୧୨ ପର୍ଯ୍ୟନ୍ତ ଲଗାତାର ଭାବେ ନିର୍ବାଚନ ଜିତିଥିଲା । ୨୦୧୭ ନିର୍ବାଚନରେ ବିଜେପିର ହରଜୋତ କମଲ ମୋଗା ସିଟ ଜିତିଥିଲେ ।