ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା ପାଇଁ ଆଉ କିଛି ସମୟ ଦେବାକୁ ଇଡିକୁ ଚିଠି ଲେଖି ଅନୁରୋଧ କରିଛନ୍ତି । କରୋନା ଓ ଫୁସଫୁସ ସଂକ୍ରମଣ ପରେ ଡାକ୍ତର ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା କଂଗ୍ରେସ ମହାସଚିବ ଜୟରାମ ରମେଶ ଟ୍ୱିଟ୍ କରି ଜଣାଇଛନ୍ତି ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜଟିଳତା ଯୋଗୁ ୭୫ ବର୍ଷୀୟ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୧୨ରେ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ୍ ୨୦ରେ ସୋନିଆ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ମନି ଲଣ୍ଡ୍ରିଂ ମାମଲାରେ ସୋନିଆଙ୍କୁ୨୩ରେ ଇଡି ସମ୍ମୁଖରେ ହାଜର ହେବାର ଥିଲା ।