ମା’ ହେଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ବ୍ୟବସାୟୀ ଆନନ୍ଦ ଅହୁଜା ଏକ ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି। ଏନେଇ ସୋନମ ଇନଷ୍ଟାଗ୍ରାମରେ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ସୋନମ ଓ ଆନନ୍ଦ ୨୦୧୮ ମେ’ ୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଚଳିତ ବର୍ଷ ମାର୍ଚ୍ଚ ୨୧ରେ ସୋନମ ଫଟୋ ସେୟାର କରି ମା’ ହେବା ନେଇ ସୂଚନା ଦେଇଥିଲେ ।