ଦିଲ୍ଲୀର ୬ ଘରୋଇ ହସ୍ପିଟାଲରେ ଅମ୍ଳଜାନ ନାହିଁ

ନୂଆଦିଲ୍ଲୀ, ଏଜେନ୍ସି: ଦିଲ୍ଲୀର ୬ଟି ଘରୋଇ ହସ୍ପିଟାଲରେ କୋଭିଡ୍ ରୋଗୀଙ୍କ ନିମନ୍ତେ ଆଦୌ ଅମ୍ଳଜାନ ନଥିବା ଜଣାପଡିଛି। ଏହି ହସ୍ପିଟାଲଗୁଡିକ ହେଲା ସରୋଜ ସୁପର ସ୍ପେଶାଲିଟୀ ହସ୍ପିଟାଲ, ଶାନ୍ତି ମୁକୁନ୍ଦ ହସ୍ପିଟାଲ, ତୀରଥରାମ ଶାହ ହସ୍ପିଟାଲ, ୟୁକେ ନର୍ସିଂହୋମ, ରାଠି ହସ୍ପିଟାଲ ଓ ସନ୍ତମ ହସ୍ପିଟାଲ। ଦିଲ୍ଲୀର ସବୁ ହସ୍ପିଟାଲରେ ୭୦୦ ମେଟ୍ରିକ ଟନ୍ ଅମ୍ଳଜାନର ଆବଶ୍ୟକତା ରହିଛି।