ନୂଆଦିଲ୍ଲୀ,ଏଜେନ୍ସି: ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନବନ୍ଦର ଆର୍ଥିକ ନିୟାମକ ପ୍ରାଧିକରଣ ଅଧିନିୟମ ୨୦୦୮ ଅନ୍ତର୍ଗତ ଶିିରିଡି ଏୟାରପୋର୍ଟକୁ ଏକ ପ୍ରମୁଖ ବିମାନବନ୍ଦର ରୂପେ ଘୋଷଣା କରାଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ଅକ୍ଟୋବର ୨ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିିରିଡି ଏୟାରପୋର୍ଟର ଉଦଘାଟନ କରିଥିଲେ। ସାଈ ନଗର ଯିବା ପାଇଁ ଏହା ଏକ ଭଲ ବିକଳ୍ପ ହୋଇଥିବାରୁ କମ୍ ସମୟ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇପାରିଛି। ଗତ ୩ ବର୍ଷ ମଧ୍ୟରେ ପାଖାପାଖି ୯ଲକ୍ଷରୁ ଅଧିକ ଯାତ୍ରୀ ଏହି ଏୟାରଲାଇନର ସୁବିଧା ଉଠାଇଛନ୍ତି। ଚେନ୍ନାଇ, ଦିଲ୍ଲୀ, ବାଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ସମେତ କିଛି ଅନ୍ୟ ରାଜ୍ୟରୁ ମଧ୍ୟ ସିରିଡ଼ି ପାଇଁ ଉଡ଼ାଣ ଭରିଥିବା ଜଣାପଡ଼ିଛି।