ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ପର୍ଯ୍ୟଟକମାନେ ଏହା ଭିତରେ ବୁଲିବା ସହ ସୌନ୍ଦର୍ଯ୍ୟକୁ ଉପଭୋଗ ମଧ୍ୟ କରିପାରିବେ। କୋଭିଡ ନିୟମ ମାନି ପର୍ଯ୍ୟଟକ ଅଭୟାରଣ୍ୟ ବୁଲିପାରିବେ। ଅନ୍ୟପଟେ ଅଭୟାରଣ୍ୟ ମଧ୍ୟକୁ ୫୦୦ ପର୍ଯ୍ୟଟକଙ୍କ ପ୍ରବେଶ ନିଷ୍ପତ୍ତିକୁ କୋହଳ କରିବାକୁ ପର୍ଯ୍ୟଟନ ବିଭାଗକୁ ବନବିଭାଗ ତରଫରୁ ଅନୁରୋଧ କରାଯାଇଛି।

ବଉଳା କୁମ୍ଭୀର ପାଇଁ ଭିତରକନିକାର ବିଭିନ୍ନ ନଦୀ ନାଳରେ ଗଣନା କାର୍ଯ୍ୟ କରାଯାଇଥିଲା। ଯନ୍ତ୍ର ଚାଳିତ ବୋଟିଂ ଯୋଗୁଁ ଗଣନା କାର୍ଯ୍ୟରେ ଅନେକ ବାଧା ଉପୁଜିଥାଏ। ତେଣୁ ଗଣନା କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଥିଲା।