ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଶିଖର ଧାୱନଙ୍କ ହାତରେ, ଟିମରେ ୬ ନୂଆ ଖେଳାଳି ସାମିଲ

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶିଖର ଧାୱନଙ୍କୁ ଦଳର ଅଧିନାୟକ ଭାବେ ଭାରତୀୟ କ୍ରିକେଟ ଦଳ ଘୋଷଣା କରିଛି। ଭାରତ ଶ୍ରୀଲଙ୍କା ଗସ୍ତରେ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିବ। ଏଥିସହିତ ଏହି ଟିମରେ ୬ ଜଣ ନୂଆ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି। ସେମାନେ ହେଲେ ଦେବଦତ୍ତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ନୀତିଶ ରାଣା, କେ ଗୋଥାମ, ଚେତନ ସାକରିଆ ଓ ବରୁଣ ଚକ୍ରବର୍ତ୍ତୀ। ଜୁଲାଇ ୧୩, ୧୬ ଓ ୧୮ରେ ଦିନିକିଆ ଏବଂ ଜୁଲାଇ ୨୧, ୨୩ ଓ ୨୫ରେ ପ୍ରେମାଦାସା ଷ୍ଟାଡିୟମରେ ଏହି ମ୍ୟାଚଗୁଡିକ ଖେଳାଯିବ।

ଟିମ୍ ଇଣ୍ଡିଆରେ ଶିଖର ଧାୱନ (ଅଧିନାୟକ), ପୃଥ୍ୱୀ ଶ, ଦେବଦତ୍ତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶାନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କେ ଗୋଥାମ, କୃଣାଳ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର (ଉପ ଅଧିନାୟକ), ଚେତନ ସାକରିଆ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି ଅଛନ୍ତି।