ଏପ୍ରିଲରୁ ହେବନି ରବିବାର କ୍ଲାସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଏପ୍ରିଲ ମାସରୁ ଆଉ ରବିବାର କ୍ଲାସ୍ ହେବନି। ଏପ୍ରିଲରୁ ରିଭିଜନ କ୍ଲାସ ହେବାକୁ ଥିବାରୁ ରବିବାର କ୍ଲାସ ହେବନି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। କ୍ଲାସ ଶେଷ ହୋଇ ଆସିଲାଣି ସେଥିପାଇଁ ରେଗୁଲାର କ୍ଲାସର ଆବଶ୍ୟକତା ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ପିଲାମାନେ ସେଲ୍ଫ ଷ୍ଟଡି ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।