ନୂଆଦିଲ୍ଲୀ: ଏନସିପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶରଦ ପାୱାର ରାଜନୀତିରୁ ଅବସର ନେବା ନେଇ ଘୋଷଣା କରିଛନ୍ତି । ନିଜ ଜୀବନ ସହ ଜଡ଼ିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପାୱାର କହିଛନ୍ତି ଯେ, ମୁଁ ଆଜି ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଅବସର ନେବା ନେଇ ଘୋଷଣା କରୁଛି ।
ଶରଦ ପାୱାର ପାର୍ଟିର ଆଗାମୀ ରଣନୀତି ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ନେତାଙ୍କ ଏକ ପ୍ୟାନେଲ ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି । କିନ୍ତୁ ଏହି ଫଇସଲାକୁ ଫେରାଇ ନେବାକୁ ପାର୍ଟି ନେତା କାର୍ଯ୍ୟକର୍ତ୍ତା ଦାବୀ କରିଛନ୍ତି ।
ସୂଚନାଯୋଗ୍ୟ, ପୂର୍ବ କେନ୍ଦ୍ରମନ୍ତ୍ରୀ ଶରଦ ପାୱାର ୪ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ, ଶିବସେନା ଓ ଏନସିପି ମଧ୍ୟରେ ମହାମେଣ୍ଟ ଗଢ଼ିବାରେ ଶରଦ ପାୱାର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।