ସିରମ ଇନଷ୍ଟିଚ୍ୟୁଟରେ ହେବ ‘ସ୍ପୁଟନିକ-ଭି’ର ଉତ୍ପାଦନ

ନୂଆଦିଲ୍ଲୀ: ଋଷୀୟ କରୋନା ଭ୍ୟାକ୍ସିନ ସ୍ପୁଟନିକ-ଭିର ଉତ୍ପାଦନ ଏବେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ହେବ। ସେପ୍ଟେମ୍ବରରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡୀଆଇଏଫ)ର ସିଇଓ କିରୀଲ ଦିମିତ୍ରୀବ କହିିଛନ୍ତି। ଭାରତରେ ପ୍ରତିବର୍ଷ ୩୦ କୋଟିରୁ ଅଧିକ ଡୋଜ୍ ସ୍ପୁଟନିକ-ଭି ଭ୍ୟାକ୍ସିନ ଉତ୍ପାଦନ କରାଯିବ। ସିରମ ବ୍ୟତୀତ ଆଉ କିଛି ନିର୍ମାତା ମଧ୍ୟ ଏହି ଭ୍ୟାକ୍ସିନକୁ ଭାରତରେ ପ୍ରସ୍ତୁତ କରିବାକୁ ଆଗ୍ରହ ପ୍ରକାଶ କରିଥିବା ନେଇ କିରୀଲ ଦିମିତ୍ରୀବ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ବିରୋଧୀ ଲଢ଼େଇରେ ବିଶ୍ୱର ସର୍ବପ୍ରଥମ ଭ୍ୟାକ୍ସିନ ସ୍ପୁଟନିକ-ଭି ଏବେ ଦେଶର ୫୦ଟି ସହର ଓ ନଗରରେ ଉପଲବ୍ଧ। ଏନେଇ ଡା.ରେଡ୍ଡୀଜ ଲାବୋରୋଟରୀ ସୂଚନା ଦେଇଛି। ମେ’ ୧୪ ତାରିଖରେ ରେଡ୍ଡୀଜ ଲାବୋରୋଟରୀରେ ଏହି ଭ୍ୟାକ୍ସିନ ଲଞ୍ଚ କରାଯାଇଥିଲା।