ନୂଆଦିଲ୍ଲୀ: ଆଗାମୀ ଦିନରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଋଷୀୟ ଭ୍ୟାକ୍ସିନ ସ୍ପୁଟନିକ-ଭିକୁ ଭାରତରେ ନିର୍ମାଣ କରିପାରେ। ଡ୍ରଗ ସିରମ ଇନଷ୍ଟିଚ୍ୟୁଟ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆକୁ (ଡିସିଜିଆଇ) ସ୍ପୁଟନିକ-ଭି ପ୍ରସ୍ତୁତ କରିବା ଲାଗି ଲାଇସେନ୍ସ ପ୍ରଦାନ କରିବାକୁ ଅନୁମତି ମାଗିଛି।
ସୂଚନାଯୋଗ୍ୟ, ଭାରତରେ ସ୍ପୁଟନିକ-ଭି ଭ୍ୟାକ୍ସିନର ନିର୍ମାଣ ଡା.ରେଡ୍ଡୀଜ ଲାବୋରୋଟରୀଜ ଦ୍ୱାରା କରାଯାଉଛି। ଭାରତରେ ଜରୁରୀକାଳୀନ ଉପଯୋଗ ପାଇଁ ଡିସିଜିଆଇ ସ୍ପୁଟନିକ-ଭିକୁ ଅନୁମତି ପ୍ରଦାନ କରିଛି। ଭାରତରେ ସ୍ପୁଟନିକ-ଭିର ଉପଯୋଗ ମେ’ ୧୪ରୁ ଆରମ୍ଭ ହୋଇଛି। ଏଥିସହିତ ଆରଡୀଆଇଏଫ୍ ଏବଂ ପେନେସିୟା ବାୟୋଟିକ୍ ବର୍ଷକ ମଧ୍ୟରେ ୧୦ କୋଟି ସ୍ପୁଟନିକ-ଭି ଭ୍ୟାକ୍ସିନ ଉତ୍ପାଦନ କରିବା ଲାଗି ସହମତି ପ୍ରଦାନ କରିଛି।