କରେନାରେ ଚାଲିଗଲେ ଆଉ ଜଣେ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦିନକୁ ଦିନ ଘାତକ ହେବାରେ ଲାଗିଛି କରୋନା । କରୋନାର ଦ୍ୱିତୀୟ ଲହର ଅନେକ ସାମ୍ବାଦିକଙ୍କ ଜୀବନ ନେଇ ସାରିଛି। ଆଜି ପୁଣି ଜଣେ ବରିଷ୍ଠ ସାମ୍ବାଦିକଙ୍କ କରୋନାରେ ଦେହାନ୍ତ ଘଟିଛି। ସେ ହେଉଛନ୍ତି ପ୍ରୀତିମାନ ମହାପାତ୍ର। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରୀତିମାନଙ୍କ ପରଲୋକ ହୋଇଛି। ସେ ଟାଇମ୍ସ ଅଫ ଇଣ୍ଡିଆର ସାମ୍ବାଦିକ ଥିଲେ।

ମହାପାତ୍ର ଟାଇମ୍ସ ଅଫ ଇଣ୍ଡିଆର ଭୁବନେଶ୍ୱର ଏଡିସନରେ କାର୍ଯ୍ୟରତ ଥିଲେ। ଏଥିସହ ସେ ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ, ଭୁବନେଶ୍ୱରରେ କାମ କରିଥିଲେ। ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ କମ୍ୟୁନିକେସନ ଢେଙ୍କାନାଳରେ କ୍ୟାରିୟର ଆରମ୍ଭ କରିଥିଲେ।

ସୂଚନା ଯୋଗ୍ୟ, ପ୍ରୀତିମାନଙ୍କୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଓଡିଶାରେ ୯ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହେଲାଣି। କିଛି ଦିନ ପୂର୍ବେ ମାନସ ଜୟପୁରିଆଙ୍କ କରୋନାରେ ପ୍ରାଣହାନୀ ଘଟିଥିଲା। ସେ ପ୍ରାୟ ଦୁଇ ଦଶନ୍ଧି ଧରି ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିଲେ। ଏହି ପରି ସମ୍ବାଦର ସମ୍ବଲପୁର ଡିଜିଏମ ଦେବେନ୍ଦ୍ର ସାମନ୍ତରାୟ, ରରାଉରକେଲାର ବରିଷ୍ଠ ସାମ୍ବାଦିକ ଅଦ୍ୱିତୀୟ ପ୍ରସାଦ ବିଶ୍ୱାଳ, ଝାରସୁଗୁଡାର ଅମଜାଦ ବାଦଶାହାଙ୍କ ବ୍ୟତୀତ ଗଞ୍ଜାମର ୪ ରୁ ୫ ଜଣଙ୍କ କରୋନାରେ ପରଲୋକ ଘଟିଛି।