ଏନସିବି ଡ଼ିଜି ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନ ଏନସିବି ଡ଼ିଜି ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଅତିରିକ୍ତ ଦାୟିତ୍ୱରେ ଥିବା ସତ୍ୟଙ୍କୁ ନିୟମିତ ନିଯୁକ୍ତି ଦେଲେ ସରକାର। ପରବର୍ତ୍ତୀ ଆଦେଶ କିମ୍ବା ଅବସର ପର୍ଯ୍ୟନ୍ତ ଡ଼ିଜି ରହିବେ ସତ୍ୟ ପ୍ରଧାନ। ଏନଡ଼ିଆରଏଫ୍ ଡ଼ିଜି ଥିବା ସତ୍ୟଙ୍କୁ ଏନସିବି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା।

କାଲି ଅତୁଲ କରୱାଲଙ୍କୁ ଏନଡ଼ିଆରଏଫ୍ ଡ଼ିଜି ଭାବେ ନିଯୁକ୍ତି ମିଳିଛି। ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ବେଶ ଚର୍ଚ୍ଚାରେ ଥିଲେ ସତ୍ୟ ନାରାୟଣ ପ୍ରଧାନ। ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ଓ ଏନଡିଏରଏଫକୁ ସୁପରିଚାଳନା କରିବା ଦିଗରେ ବଡ ଦାୟିତ୍ୱ ନେଇଥିଲେ ଏସ ଏନ ପ୍ରଧାନ। ପୂର୍ବରୁ ରାକେଶ ଆସ୍ଥାନା ଦିଲ୍ଲୀର ପୋଲିସ କମିସନର ଭାବେ ନିଯୁକ୍ତି ହେବାପରେ ତାଙ୍କ ସ୍ଥାନରେ ୧୯୮୮ ବ୍ୟାଚ୍ ଝାଡ଼ଖଣ୍ଡ କ୍ୟାଡର ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ମିଳିଥିଲା ଏନସିବିର ଅତିରିକ୍ତ ଡିଜି ଦାୟିତ୍ୱ।