ଟ୍ରେନ୍ ଉପରେ ସେଲ୍ଫି କାଳ ହେଲା, ଦ୍ୟୁତ ତାର ସଂସ୍ପର୍ଶରେ ଜଳିଗଲେ ନାବାଳକ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରେଳଷ୍ଟେସନରେ ବୁଧବାର ଏକ ଅଘଟଣ ଘଟିଛି । ସନ୍ଧ୍ୟାରେ ସ୍ଥାନୀୟ ରେଳଷ୍ଟେସନରେ ପାର୍କିଂ ହୋଇଥିବା ଟ୍ରେନ ଉପରେ ୱାର୍ଡ ନଂ ୧୬ ଅନ୍ତର୍ଗତ ଗୌରଚନ୍ଦ୍ର ସାହିର ସୁରିଆ କୁମାର (୧୭)ଚଢି ସେଲ୍ଫି ନେଉଥିଲେ। ତେବେ ମୁଣ୍ଡ ଉପରେ ଥିବା ରେଳବିଭାଗର ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂପ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏହି ସେଲ୍ଫି ପାଇଁ ମୋଟ ୪ଜଣ ସାଙ୍ଗ ଟ୍ରେନ ଉପରେ ଚଢିଥିଲେ। ଟ୍ରେନ ବଗିରେ ବି ନିଆଁ ଲାଗିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ନିଆକୁ ଆୟତ୍ତ କରିବା ସହ ଅନ୍ୟବଗି ଗୁଡିକୁ ନିଆଁ ଦାଉରୁ ରକ୍ଷା କରିଥିଲେ। ଖବର ଲେଖା ହେବା ସୁଦ୍ଧା ନାବାଳକର ମୃତଦେହ ଟ୍ରେନ ଉପରେ ହିଁ ପଡିରିଛି ଏବଂ ରେଳବାଇ ପୋଲିସ ଓ ପାରଳାଖେମୁଣ୍ଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।