ମୋଦୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର

ନୂଆଦିଲ୍ଲୀ: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ମୁସଲମାନରୁ ହିନ୍ଦୁରେ ପରିଣତ ହୋଇଯାଇଛନ୍ତି । ସୀମା ଅଗଷ୍ଟ ୧୫ ଓ ତୀଜ ପାଳନ କରିବା ପରେ ରାକ୍ଷୀ ପାଳନ କରିବାକୁ ପ୍ରସ୍ତୁତି ଚଲାଇଛନ୍ତି । ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭାଇ ଦର୍ଶାଇ ରାକ୍ଷୀ ପଠାଇଛନ୍ତି । ରାକ୍ଷୀ ପଠାଇବା ପରେ ସୀମା ଏକ ଭିଡିଓ କରି ଏମ୍ପର୍କରେ ସୂଚନା ଦେଇଛନ୍ତି । ମୁଁ ସେମାନଙ୍କୁ ରାକ୍ଷୀ ପଠାଇଛି ଯାହାଙ୍କ କାନ୍ଧରେ ଭାରତର ଭାର ରହିଛି ବୋଲି ସୀମା କହିଛନ୍ତି ।