ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ସୁରକ୍ଷାବଳ ବିଫଳ କରିଛି । ଜମ୍ମୁର ରେଲୱେ ଷ୍ଟେସନ ପରିସରରେ ଏକ ସନ୍ଦିଗ୍ଧ ବ୍ୟାଗ ମିଳିଥିଲା ଯେଉଁଥିରେ ୧୮ ଡେଟୋନେଟର ଓ କିଛି ତାର ଥିବା ଜଣାପଡ଼ିଛି । ଏଥିସହିତ ସନ୍ଦିଗ୍ଧ ପାଉଡର ମଧ୍ୟ ଜବତ ହୋଇଛି । ଉକ୍ତ ମାମଲାର ଯାଞ୍ଚ ମଧ୍ୟ ଜାରି ରହିଛି ।
ଜିଆରପିଏଫ ଏସଏସପୀ ଆରିଫ ରିଶୁଙ୍କ ମୁତାବକ, ଆମେ ଜମ୍ମୁ ରେଲୱେ ଷ୍ଟେସନରେ ଟ୍ୟାକ୍ସି ଷ୍ଟାଣ୍ଡ ପାଖରୁ ଏକ ବ୍ୟାଗ ଉଦ୍ଧାର କରିଥିଲୁ । ଉକ୍ତ ବ୍ୟାଗରେ ୨ ପେଟି ବିସ୍ଫୋରକ ସାମଗ୍ରୀ ମିଳିଥିଲା ।