ଜମ୍ମୁ-କଶ୍ମୀର: ପୁଲୱାମାର ପରିଗାମ ଅଞ୍ଚଳରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଜଣାପଡ଼ିବା ପରେ ସୁରକ୍ଷାବଳ ପରିଗାମ କ୍ଷେତ୍ରରେ ବଡ଼ ଆକାରରେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି । ସର୍ଚ୍ଚ ଅପରେସନ ସମୟରେ ହିଁ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ସେହି କ୍ଷେତ୍ରରେ ୧-୨ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି ।