ଦାରିଙ୍ଗବାଡିରେ ରେକର୍ଡ ହେଲା ସିଜନର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଶୀତର ପ୍ରକୋପ ଜାରି ରହିଛି। ବିଭିନ୍ନ ସ୍ଥାନରେ ରାତ୍ରୀ ତାପମାତ୍ରା ହ୍ରାସ ସହିତ ରାଜ୍ୟରେ ପ୍ରବଳ ଥଣ୍ଡା ପବନ ବହିବାରେ ଲାଗିଛି। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତଦିନିଆ ଥଣ୍ଡା ଅନୁଭୂତ ହେଉଛି, ଯାହାଦ୍ୱାରା ଲୋକମାନଙ୍କ ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି। ସୂର୍ଯ୍ୟାଲୋକା ଲୋକ ମାନଙ୍କ ଉପରେ ନପଡିବା ପର୍ଯ୍ୟନ୍ତ ଲୋକେ ବାହାରକୁ ବାହାରିବାକୁ ଅମଙ୍ଗ ହେଉଛନ୍ତି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଚାରି ଦିନ ରାଜ୍ୟରେ ଶୁଖିଲା ପାଗ ପ୍ରବାହିତ ହେବ। ଆଗାମୀ ଦିନରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ୩ ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ହେବାର ସମ୍ଭାବନା ଅଛି ଏବଂ ଏହା ପରେ ମଧ୍ୟ ପାଗରେ କୌଣସି ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ଗତକାଲି ଦାରିଙ୍ଗବାଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ସହିତ ରାଜ୍ୟର ସବୁଠାରୁ ଶୀତଳ ସ୍ଥାନ ଭାବରେ ରେକର୍ଡ କରାଯାଇଛି।