ଗୁଟଖା କାରଖାନାରେ ଅଗ୍ନିକାଣ୍ଡ,୨୫ ଆହତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରର ଶରଧାପାଲିସ୍ଥିତ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ୨୫ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୨ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଏସପି ବି.ଗଙ୍ଗାଧର ଉପସ୍ଥିତ ରହିଛନ୍ତି। କାରଖାନା ଭିତରେ ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଉଛି। ଅନ୍ୟପଟେ ବଏଲର ଫାଟି ନିଆଁ ଲାଗିଥିବା ନେଇ ଆହତ ଶ୍ରମିକ ସୂଚନା ଦେଇଛନ୍ତି।