ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ବରର କଳିଙ୍ଗବିହାରରେ ରହୁଥିବା ଶ୍ରୀ ଲକ୍ଷ୍ମୀଧର ପଲାଇଙ୍କ ଦ୍ବାରା ରଚିତ ’ସତ୍ମାର୍ଗ’ ପୁସ୍ତକଟିକୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚିତ କରିଛନ୍ତି।
ଏହି ପୁସ୍ତକରେ ବେଦ, ଶ୍ରୀମଦ ଭଗବତ୍ ଗୀତା, ଶ୍ରୀମଦ୍ ଭାଗତ, ଭାରତୀୟ ଦର୍ଶନ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ଧର୍ମଗ୍ରନ୍ଥ ଉପରେ ପର୍ୟ୍ୟବେସିତ, ଯାହା ଆଧ୍ୟାତ୍ମିକ ପ୍ରେରଣା ତଥା ପଳପ୍ରଦ ଜୀବନଚର୍ୟ୍ୟା ଦିଗରେ ସହାୟକ ହୋଇପାରିବ।
ଆଧ୍ୟାତ୍ମିକ ପ୍ରସଙ୍ଗ ଉପରେ ଆଧାରିତ ଉକ୍ତ ’ସତ୍ମାର୍ଗ’ ପୁସ୍ତକଟି ଜନକଲ୍ୟାଣ ଲାଗି ପରମେଶ୍ବରଙ୍କୁ ଲେଖକଙ୍କ ପ୍ରଥମ ଭକ୍ତି ଅର୍ଘ୍ୟ।