ଲୁଣର ପ୍ରୟୋଗ 

ପାଣିପାଗର ପରିବର୍ତ୍ତନ ଯୋଗୁଁ ବ୍ୟାକ୍ଟେରିଆମାନେ ସକ୍ରିୟ ହୋଇଥାନ୍ତି। ତେଣୁ ଥଣ୍ଡା ଓ ଗରମ ପାଗ ହେଲେ ଜ୍ୱର ହେବା ତ ସାଧାରଣ କଥା। କେତେବେଳେ ଡେଙ୍ଗୁ, ଭାଇରାଲ୍ ଫିଭର ହେବାର ଆଶଙ୍କା ଥାଏ। ସବୁ ପ୍ରକାରର ଜ୍ୱର ପାଇଁ ଔଷଧ ହେଲା ଲୁଣ। ଏହାକୁ ଗରମ କରି ବ୍ୟବହାର କରିଲେ ଉପକାର ମିଳିଥାଏ। ଏହି ଲୁଣର ପ୍ରୟୋଗରେ କୌଣସି ପ୍ରକାରର ଜ୍ୱର ପାଇଁ ଲାଭ ମିଳିଥାଏ।

ପ୍ରଣାଳୀ
 :: ଖାଇବା ଲୁଣକୁ କଡ଼େଇରେ ଧୀମା ଆଞ୍ଚରେ କଫି ରଙ୍ଗ ହେବା ପର୍ଯ୍ୟନ୍ତ ଗରମ କରନ୍ତୁ। ଏହା ପରେ ଏହାକୁ ଥଣ୍ଡା କରି ଡବାରେ ରଖନ୍ତୁ। ଜ୍ୱର ଆସିବା ପୂର୍ବରୁ ଗରମ ପାଣିରେ ଏକ ଚାମଚ ଲୁଣ ମିଶାଇ ପିଅନ୍ତୁ। ଏହି ପରି ଭାବରେ ଦୁଇରୁ ତିନି ଗ୍ଲାସ ପାଣି ପିଇଲେ ଜ୍ୱର ହେବ ନାହିଁ। ଉଚ୍ଚ ରକ୍ତ ଚାପ ରୋଗୀଙ୍କ ପାଇଁ ଏହି ପ୍ରକ୍ରିୟା କରିବା ଉଚିତ୍ ନୁହେଁ।

ଏହାକୁ ଖାଲି ପେଟରେ ପିଇବା ଉଚିତ୍। ପାଣି ପିଇବା ପରେ କିଛି ଖାଇବା ଉଚିତ୍ ନୁହେଁ ଓ ଧ୍ୟାନ ରଖିବେ ଏହି ସମୟରେ ରୋଗୀକୁ ଯେପରି ଥଣ୍ଡା ନହୁଏ। ଯଦି ରୋଗୀକୁ ଶୋଷ ଲାଗେ ତେବେ ଫୁଟା ପାଣି ଥଣ୍ଡା କରି ଦିଅନ୍ତୁ।