ଶାହରୁଖଙ୍କ ପୁଅ ଆର୍ୟନଙ୍କ ରିମାଣ୍ଡ ୭କୁ ବଢ଼ିଲା

ମୁମ୍ବାଇ: ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଏସପ୍ଲାନେଡ କୋର୍ଟ ଅକ୍ଟୋବର ୭ ପର୍ଯ୍ୟନ୍ତ ଏନସିବି ରିମାଣ୍ଡରେ ପଠାଇ ଦେଇଛି। ଆର୍ୟନଙ୍କ ସମେତ ଅରବାଜ ସେଠ ମର୍ଚ୍ଚେଣ୍ଟ ଓ ମୁନମୁନ ଧମେଚାଙ୍କ ରିମାଣ୍ଡ ମଧ୍ୟ ବଢ଼ାଯାଇଛି। କୋର୍ଟଙ୍କ ପକ୍ଷରୁ ଆର୍ୟନଙ୍କ ଜାମିନକୁ ମଧ୍ୟ ନାମଞ୍ଜୁର କରାଯାଇଛି।

ସୂଚନାଯୋଗ୍ୟ, କ୍ରୁଜରେ ରେଭ ପାର୍ଟି କରୁଥିବା ସମୟରେ ଆର୍ୟନଙ୍କ ସମେତ ୮ଜଣଙ୍କୁ ଏନସିବି ଧରିଥିଲା। ଗିରଫ ପରେ ଆର୍ୟନଙ୍କୁ ଦିନକ ପାଇଁ ଏନସିବି ରିମାଣ୍ଡରେ ନେଇଥିଲା।