ପୁଅ ଗିରଫ ପରେ ମିଡିଆରୁ ଗାଏବ ଥିଲେ ଶାହାରୁଖ ଖାନ୍‌, ଏବେ ତାଙ୍କ ଲିଗାଲ ଟିମ୍‌ ସହ ସାମ୍ନାକୁ ଆସିଲେ

ନୂଆଦିଲ୍ଲୀ,ଏଜେନ୍ସି: ଆର୍ଯ୍ୟନ ଖାନ ଗିରଫ ପରେ ମିଡିଆରୁ ଗାଏବ ଥିଲେ ଶାହାରୁଖ ଖାନ୍‌। ପୁଅ ବେଲ୍‌ ମିଳିଲା। ଏବେ କିଙ୍ଗ ଖାନ୍‌ ତାଙ୍କ ଲିଗାଲ ଟିମ୍‌ ସହ ସାମ୍ନାକୁ ଆସିଛନ୍ତି। ଅବଶ୍ୟ ଫୋଟକୁ ଶାହାରୁଖ ସେୟାର କରି ନହାନ୍ତି। ଏକ ଲ’ ଫାର୍ମ ଏହି ଫୋଟ ସେୟାର କରିଛି। ଯେଉଁଥିରେ କିଙ୍ଗ ଖାନଙ୍କ ସହ ଅଛନ୍ତି ଆର୍ଯନଙ୍କ ପାଇଁ ଲଢୁଥିବା ଆଡଭୋକେଟ ଅମିତ ଦେଶାଇ, ସତୀଶ ମନସିନ୍ଧେଙ୍କ ସହ ପୂରା ଲିଗାଲ ଟିମ୍‌।

କେସ୍‌ ବମ୍ବେ ହାଇକୋର୍ଟରେ ପହଞ୍ଚିବା ପରେ ଆର୍ଯ୍ୟନଙ୍କ ପାଇଁ ଲଢିଥିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁହଲ ରହତୋଗୀ। ଅବଶ୍ୟ ଏହି ଗ୍ରୁଫ ଫୋଟୋରେ ମୁକୁଲ ରହତୋଗୀ ନାହାନ୍ତି। ପୁଅ ଗିରଫ ହେବା ପରଠାରୁ ଶାହାରୁଖ ଖାନ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ମିଡିଆ ସାମ୍ନାକୁ ମଧ୍ୟ ଆସି ନାହାନ୍ତି। ଥରେ ପୁଅକୁ ଭେଟିବାକୁ ଜେଲ୍‌ ଯାଇଥିଲେ। ଏବେ ଆର୍ଯ୍ୟନଙ୍କୁ ବେଲ୍‌ ମିଳିବା ପରେ ଲିଗାଲ ଟିମ୍‌ ସହ ସାମ୍ନାକୁ ଆସିଛନ୍ତି।