ଆଜିର ଦିନରେ ହୋଇଥିଲା ଗୋଧ୍ରା କାଣ୍ଡ, ଗୁଜରାଟରେ ଦେଖାଯାଇଥିଲା ହିଂସା

ଅହମ୍ମଦାବାଦ,ଏଜେନ୍ସି: ୨୦ ବର୍ଷ ପୂର୍ବରୁ ଅର୍ଥାତ ୨୦୦୨ରେ ଆଜିର ଦିନରେ ଗୋଧ୍ରା କାଣ୍ଡ ହୋଇଥିଲା। ଏହା ପରେ ଫେବୃଆରୀ ୨୭ ତାରିଖ ଏକ ଦୁଃଖଦ ଘଟଣା ସହିତ ଇତିହାସରେ ପୃଷ୍ଠାରେ ଯୋଡ଼ିହୋଇଯାଇଥିଲା। ଗୁଜରାଟର ଗୋଧ୍ରା ଷ୍ଟେସନରୁ ଛାଡୁଥିବା ସାବରମତୀ ଏକ୍ସପ୍ରେସ ଟ୍ରେନର ଏକ ବଗିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଅଯୋଧ୍ୟାରୁ ଫେରୁଥିବା ୫୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଗୁଜରାଟରେ ଦଙ୍ଗା ହୋଇଥିଲା।

ସାବରମତୀ ଏକ୍ସପ୍ରେସରେ ହିନ୍ଦୁ ତୀର୍ଥଯାତ୍ରୀ ଅଯୋଧ୍ୟାରୁ ଫେରୁଥିଲେ। ଗୁଜରାଟର ପଂଚମହଲ ଜିଲ୍ଲାର ଗୋଧ୍ରା ଷ୍ଟେସନ ପହଂଚିବା ପରେ ଦୁର୍ବୃତ୍ତମାନେ ଚେନ ଟାଣି ଟ୍ରେନକୁ ଅଟକାଇଥିଲେ। ଏହା ପରେ ପଥରମାଡ଼ ମଧ୍ୟ କରିଥିଲେ। ଟ୍ରେନର ଏକ ବଗିରେ ନିଆଁ ସଂଯୋଗ କରିଦେଇଥିଲେ। ଟ୍ରେନର ଏସ୍‌-୬ ବଗିରେ ନିଆଁ ଲାଗିବା ପରେ ଏଥିରେ ଥିବା ୫୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ୨୦୦୨ରେ ପୂର୍ଣ୍ଣାହୁତି ମହାଯଜ୍ଞର ଆୟୋଜନ କରାଯାଇଥିଲା। ଅଯୋଧ୍ୟାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜ ନିଜ ଘରକୁ ଫେରୁଥିଲେ। ସାବରମତୀ ଏକ୍ସପ୍ରେସ ଟ୍ରେନରେ ପାଖାପାଖି ୧୭୦୦ ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁ ଯାତ୍ରୀ ଥିଲେ। ଟ୍ରେନ ଫେବୃଆରୀ ୨୭ ତାରିଖ ସକାଳ ୭ଟା ୪୩ ମିନିଟରେ ଗୋଧ୍ରା ଷ୍ଟେସନରେ ପହଂଚିଥିଲା। ଦୁର୍ବୃତ୍ତମାନେ ଚେନ ଟାଣି ଟ୍ରେନକୁ ଅଟକାଇବା ପରେ ନିଆଁ ଲଗାଇ ଦେଇଥିଲେ।

ଏହି ଘଟଣାରେ ୧୫୦୦ ଅଭିଯୁକ୍ତଙ୍କ ନାଁରେ ଏତଲା ହୋଇଥିଲା। ଏହି ଘଟଣା ପରେ ପୂରା ଗୁଜୁରାଟରେ ଦଙ୍ଗା ଦେଖାଯାଇଥିଲା। ସ୍ଥିତି ବିଗିଡ଼ିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଲୋକଙ୍କୁ ଶାନ୍ତି ପ୍ରତିଷ୍ଠା ଲାଗି ଅପିଲ କରିଥିଲେ।