ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ଦଶମ ଦିନରେ ପହଂଚିଛି । ଏଭଳି ସ୍ଥିତିରେ ଋଷ ଏକ ବଡ଼ ପଦକ୍ଷେପ ନେଇଛି । ୟୁକ୍ରେନର ୨ଟି ସହର ମାରିୟୁପୋଲ ଓ ବୋଲନବାଖାରେ ଋଷ ସମାୟିକ ଭାବେ ଯୁଦ୍ଧ ବନ୍ଦ ଘୋଷଣା କରିଛି । ଭାରତୀୟ ସମୟ ୧୧ଟା ୩୦ରୁ ସାଢ଼େ ୫ ଘଣ୍ଟା ପାଇଁ ମିସାଇଲ ଓ ରକେଟ ମାଡ଼ ବନ୍ଦ ରହିବ । ଏହି ସମୟରେ ଫସି ରହିଥିବା ଛାତ୍ର, ଛୋଟ ପିଲା ଓ ଗର୍ଭବତୀଙ୍କୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି ।