ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ ସେଫ୍‌-୨୦୨୧; ପୁରସ୍କୃତ ହେଲେ ୪ ଜଣ ଶ୍ରେଷ୍ଠ ଗୃହିଣୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଆଜି ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ଆନୁକୂଲ୍ୟରେ ତଥା ଲୋକପ୍ରିୟ ସେଫ୍ ସୁନୀଲ୍ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ “ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ୍ ସେଫ୍‌-୨୦୨୧”ର ପୁରସ୍କାର ବିତରଣୀ ଉତ୍ସବ ମଧୁପାଟଣାସ୍ଥିତ ଫ୍ରୋଜିଟ୍ ପରିସରରେ ଥିବା ଫ୍ରୋଜିଟ୍ କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି।

ପୁରସ୍କାର ବିତରଣୀ ଉତ୍ସବରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରୁଚିର ମାର୍କେଟିଂ ମୁଖ୍ୟ ଦେବବ୍ରତ ପଟ୍ଟନାୟକ ଓ ଫ୍ରୋଜିଟ୍‌ର ଫାଇନାନ୍ସ ମଖ୍ୟ ଶ୍ରୀକାନ୍ତ ମହାପାତ୍ର ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ସେଫ୍ ସୁନୀଲ ପ୍ରାରମ୍ଭିକ ସୂଚନା ଦେବା ସହ ଏଥିରେ ଅଂଶଗ୍ରହଣ କରିଥିବା ୫ଟି ଦେଶ ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା, ଦୁବାଇ, ଇଣ୍ଡୋନେସିଆ ଓ ମସ୍କଟ୍ ତଥା ଆମ ଦେଶର ୧୫ଟି ରାଜ୍ୟ ୧୦୦ ଜଣ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ।

ପୁରସ୍କାର ସ୍ୱରୂପ ପ୍ରଥମ ବିଜେତାଙ୍କୁ ୫୦୦୦ ଟଙ୍କାର ଅର୍ଥରାଶି, ସୁନା କଏନ, ଦ୍ୱିତୀୟ ବିଜେତାଙ୍କୁ ୩୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ ଏବଂ ତୃତୀୟ ବିଜେତାଙ୍କୁ ୨୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେହୁରା ସଂଯୋଜନା କରିଥଲେ।