ନୂଆ ଫିଲ୍ମର ପ୍ରଫିଟ୍ ଆଗରେ ବାଧା ସୃଷ୍ଟି କରୁଛି RRR ,୮୦୦ କୋଟି ଲାଭ ଦିଗରେ ରାଜାମୌଲି

ନୂଆଦିଲ୍ଲୀ,ଏଜେନ୍ସି: ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ RRR ଏବେ ଲୋକଙ୍କ ପ୍ରଥମ ପସନ୍ଦ ହୋଇସାରିଆଣି । ଏହି ଫିଲ୍ମ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଲାଭ କରାଯାଇଛି।

RRR ଫିଲ୍ମ ରିଲିଜ୍ ହେବାର ୮ ଦିନ ହୋଇଯାଇଥିବା ଏହାର ହିନ୍ଦୀ ଡ଼ବିଂରେ ବର୍ତ୍ତମାନ ୧୪୬.୦୯ କୋଟି ଟଙ୍କା ଲାଭ ହୋଇଛି। ଆଗକୁ ମଧ୍ୟ ଏହି ସଂଖ୍ୟା ଅଧିକ ହେବାର ଆଶା କରାଯାଇଛି। ଏହି ଫିଲ୍ମ ଟି ସୁପର ଡ଼ୁପର ହିଟ୍ ହେବ ବୋଲି ପ୍ରଥମ ରୁ ହିଁ ଆଶା କରାଯାଉଥିଲା।

ଜନ୍ ଆବ୍ରାହମଙ୍କ ଆଟାକ୍ ଏବଂ କାଶ୍ମୀର ଫାଇଲ୍ସ ର ତୁଳନାରେ ଏହା ଅଧିକ ଲାଭ କମାଇଛି। ବର୍ତ୍ତମାନ ବକ୍ସ ଅଫିସ୍ ରେ ଅଧିକ ଧମାଲ ମଚାଉଛି RRR। ନୁଆ ନୁଆ ରିଲିଜ୍ ହେଉଥିବା ଫିଲ୍ମ ମଧ୍ୟ ଏହି ଫିଲ୍ମ ଆଗରେ ଫିକା ପଡ଼ିଯାଇଛି।

ଫିଲ୍ମ ରିଲିଜ ହେବାର ଦ୍ୱିତୀୟ ସପ୍ତାହରେ ୧୩.୫୦ କୋଟି ଟଙ୍କା ଲାଭ ହୋଇଥିବା ବେଳେ ୭ ଦିନ ମଧ୍ୟରେ ୭୦୯.୩୬ ଟଙ୍କା ଲାଭ ହୋଇଥିଲା। ଏହାର ଗୋଟିଏ ଦିନ ପରେ ୪୧.୫୩ କୋଟି ହୋଇଥିଲା। ଅର୍ଥାତ ୮ଦିନ ୭୫୦.୮୯ କୋଟି ଲାଭ କରାଯାଇଛି।