ବାଗଦାଦ,ଏଜେନ୍ସି: ଗୁରୁବାର ବିଳମ୍ୱିତ ରାତିରେ ବାଗଦାଦରେ ଥିବା ଆମେରିକୀୟ ଦୂତାବାସରେ ତିନୋଟି ରକେଟ୍ ମାଡ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ ସମ୍ପର୍କରେ ଇରାକର ସେନା ସୂଚନା ଦେଇଛି। ସୂଚନା ଥାଉକି, ଦୁଇ ଦିନ ପୂର୍ବେ ଆମେରିକା ସେନା ଦୂତାବାସ ନିକଟରେ ବୁଲୁଥିବା ଏକ ଡ୍ରୋନକୁ ନଷ୍ଟ କରିଦେଇଥିଲା। ଖବର ଅନୁଯାୟୀ ବାଗଦାଦର ଗ୍ରୀନ୍ ଜୋନ୍ ଅଞ୍ଚଳରେ ରକେଟ୍ ମାଡ ହୋଇଛି।
ଯେଉଁଠିକି ଅନେକ ବିଦେଶୀ ଦୂତାବାସ ଏବଂ ସରକାରୀ କୋଠା ଅଛି। ଏପର୍ଯ୍ୟନ୍ତ କେହି ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାନ୍ତି। କିନ୍ତୁ ବିଶେଷଜ୍ଞ କୁହନ୍ତି ଯେ ଏହି ଆକ୍ରମଣ ଇରାନ ସମର୍ଥିତ ମିଲିସିଆ ଦ୍ୱାରା କରାଯାଇଛି। ଗତ ସପ୍ତାହରେ ଆମେରିକା ମଧ୍ୟ ଅନେକ ମିଲିସିଆ ବେସରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣରେ ତାଙ୍କର ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଇରାକୀ ଦୂତାବାସରେ ନିୟୋଜିତ ଥିବା ଆମେରିକାର ସେନା କର୍ମଚାରୀଙ୍କ ଉପରେ ୧୪ଟି ରକେଟ୍ ମାଡ ହୋଇଥିଲା। ଏଥିରେ ୨ ଜଣ ଆହତ ମଧ୍ୟ ହୋଇଥିଲେ।