ଋଷି ସୁନକ ଓ ଅକ୍ଷତା ମୂର୍ତ୍ତିଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ସମସ୍ତ ଶକ୍ତିଶାଳୀ ନେତା ସାମିଲ ହୋଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ପତ୍ନୀ ଅକ୍ଷତା ମୂର୍ତ୍ତି ସହ ଭାରତ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ଋଷି ପ୍ରଥମଥର ପାଇଁ ଭାରତ ଆସିଛନ୍ତି । ଭାରତ ଆସି ଋଷି ଖୁବ୍ ଉତ୍ସାହିତ ନଜର ଆସିଛନ୍ତି । ଇତିମଧ୍ୟରେ ତାଙ୍କ ପତ୍ନୀ ଭାରତ ଆସିବାକୁ ନେଇ ଋଷିଙ୍କ ସହ ତାଙ୍କର ଏକ ପୋଷ୍ଟ କରିଛନ୍ତି । ଏହି ଫଟୋ ସମସ୍ତ ଭାରତୀୟଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଗୋଟିଏ ଫଟୋ ସମସ୍ତଙ୍କ ହୃଦୟ ଜିଣିଛି । ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

ଏହି ଫଟୋ ସେପ୍ଟେମ୍ବର ୮କୁ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ଯିବା ସମୟରେ ନିଆଯାଇଥିଲା । ଫଟୋଟି ପାଲନ ଏୟାରପୋର୍ଟରେ ଓହ୍ଲାଇବାର ଠିକ୍ ପୂର୍ବରୁ ନିଆଯାଇଥିଲା । ଉକ୍ତ ଫଟୋରେ ଅକ୍ଷତା ମୂର୍ତ୍ତି ସ୍ୱାମୀ ଋଷି ସୁନକଙ୍କ ଟାୟ ଠିିକ୍ କରୁଥିବା ଦେଖିବାକୁ ମିଳିଛି । ଏହାର ପ୍ରଶଂସା ସମଗ୍ର ଦୁନିଆରେ ହେଉଛି । ଲୋକ ଏହି କପଲଙ୍କ ସମ୍ପର୍କ ଏବଂ ଏହି ସରଳତାକୁ ଖୁବ୍ ପସନ୍ଦ କରିଛନ୍ତି ।