କଟକ,ଏନ୍ଏନ୍ଏସ୍: ରାଜ୍ୟର କୌଣସି ହଟସ୍ପଟ ଜିଲ୍ଲାରୁ କଟକ ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ। ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ପ୍ରଦାନ କରିଛନ୍ତି। କଟକ ଜିଲ୍ଲାର ହଟସ୍ପଟ ବ୍ଲକରୁ ଫେରିଲେ ବି ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ସେହିପରି ଅନ୍ୟ ରାଜ୍ୟ ଓ ଦେଶରୁ ଫେରିଲେ ମଧ୍ୟ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଜିଲ୍ଲାରେ ଦିନକୁଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହିତ ଖିଲାପକାରୀଙ୍କ ସମ୍ବନ୍ଧରେ ସୂଚନା ପାଇଲେ ତୁରନ୍ତ ଜଣାଇବାକୁ କମିଶନର କହିଛନ୍ତି।
