ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଚର୍ତୁପାଶ୍ୱର୍ରୁ ଉଚ୍ଛେଦ ଶେଷ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ଦ୍ୱାରା ସୋମବାର ଠାରୁ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ ରବିବାର ବିଏମସିର ସେକ୍ରେଟାରୀ ପ୍ରେମଚନ୍ଦ ଚୌଧୁରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କାମ କରୁଥିବା କୃର୍ଷ୍ଣ କୁମାରଙ୍କ ସୋମବାର ଠାରୁ ମନ୍ଦିରର ସିଂହଦ୍ୱାର ଦୀର୍ଘ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ।
ତେବେ ବ୍ଲୁ ପ୍ରିଣ୍ଟ ଅନୁସାରେ ପୁରୁଣା ଭୁବନେଶ୍ୱରରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ନୂଆ ବଜାର ପରିସରରେ ଗାଡ଼ି ପାର୍କ କରିବେ। ସେହିପରି ଏହି ଉଚ୍ଛେଦ ହୋଇଥିବା ୬୬ ଏକର ଜମିକୁ ସଫା କରାଯିବା ସହ ବିନ୍ଦୁସାଗର ଚର୍ତୁପାଶ୍ୱର୍ରେ ଆଲୋକ ସଂଯୋଗ ଓ ବସିବା ପାଇଁ ଯୋଜନା ହୋଇଛି। ଏଥିସହ ପୁରୀରେ ଚାଲିଥିବା ବିକାଶ କାର୍ଯ୍ୟ ପରି ବିଏମସି ଓ କର୍ମୀ ସଂଘ ଦ୍ୱାରା ୧୧ ଶତାବ୍ଦିର ମନ୍ଦିର ସୌନ୍ଦର୍ଯ୍ୟ କରଣ ଅନୁସାରେ କାର୍ଯ୍ୟ ହେବ ବୋଲି ସୂଚନା ଦିଆଯାଇଛି।