ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ସୋମବାର ଜଣେ ଯୁବତୀଙ୍କୁ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସୋମବାର ଜଣେଯୁବତୀର ସନ୍ଦେହ ଜନକଭାବେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ପୋଡ଼ି ମାରିଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଏହାକୁ ପରିବାର ପକ୍ଷରୁ ଖଣ୍ଡନ କରାଯିବା ସହ ସ୍ୱାସ୍ଥ୍ୟ ସମସ୍ୟାରୁ ଝିଅର ମୃତ୍ୟୁ ହୋଇଥିବା କୁହାଯାଇଛି। ତେବେ ଖବରପାଇ ପୁଲିସ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ ଆରମ୍ଭ କରିଛି।