ଚିଦାମ୍ବରଙ୍କୁ ବଡ଼ ଝଟକା, ମିଳିଲାନି ଆଗୁଆ ଜାମିନ

ନୂଆଦିଲ୍ଲୀ,ଏଜେନ୍ସି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ସୁପ୍ରିମ କୋର୍ଟରୁ ମିଳିଛ ଏକ ବଡ଼ ଝଟକା। ତାଙ୍କୁ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମାମଲାରେ ଅଗ୍ରୀମ ଜମାନତ ଦେବାକୁ ମାନକରିଦେଇଚନ୍ତି। ଏବେ ଇଡି ଚିଦାମ୍ବରଙ୍କୁ ଗିରଫ କରିପାରିବ।

ଏହି କେସ୍ରେ କେନ୍ଦ୍ର ସରକାରଙ୍କ ଓକିଲ ଏବଂ ଇଡିର ଓକିଳ ତୁଷାର ମେହେତା ୬ନଂ କୋର୍ଟରେ ପହଞ୍ଚିବାବେଳେ ଚିଦାମ୍ବରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅଭିଶେକ ମନୁସିଂବି ମଧ୍ୟ ଉପସ୍ଥିତ ଥିଲେ। କୋର୍ଟରେ ଶୁଣାଣି ଆରମ୍ଭ ପୂର୍ବରୁ ବିଚାରପତି କହିଲେ ‘ଟ୍ରାଏଲ ଆରମ୍ଭ ହେବା ପୂର୍ବରୁ କୋର୍ଟ କେସ୍ ଡାଏରି ଦେଖିପାରିବେ, ଆମେ ଇଡିର ସିଲ ହୋଇଥିବା କଭର ଦେଖିନାହୁଁ। କୋର୍ଟ ପୁଣି କହିଲେ ଏହି କେସରେ ପକ୍ଷଭୁକ୍ତ ଏଜେନ୍ସିକୁ କୋର୍ଟ ନିର୍ଦ୍ଦେଶ ଦେଇପାରିବ ନାହିଁ। ଆମେ ସିଲ ହୋଇଥିବା କଭରକୁ ନଖୋଲିବାର କାରଣ କୋର୍ଟର ଟିପ୍ପଣି କେସ୍ର ଟ୍ରାଏଲ ଉପରେ ଯେପରି ନପଡ଼େ। ଆଉ ଏହି କଥାରେ ଆମେ ସହମତି ଜଣାଉଛୁ ଏହି କେସ୍ରେ ଚିଦାମ୍ବରମଙ୍କୁ ପଚରାଉଚୁରା କରାଯାଇପାରିବ।