ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି

ନୂଆଦିଲ୍ଲୀ,ଏଜେନ୍ସି: ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିବେ। ଓଡିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ହୋଇଥିବା ରିଟ୍ ପିଟିସନ୍ ସହ ଅନ୍ୟ ୨ଟି ପିଟିସନର ମଧ୍ୟ ମିଳିତ ଭାବେ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ତେବେ ପୂର୍ବରୁ ରଥଯାତ୍ରା ଆୟୋଜନକୁ ନେଇ ଓଡିଶା ହାଇକୋର୍ଟ ରାୟ ଶୁଣାଇ ସାରିଥିବା ବେଳେ ସୁପ୍ରିମକୋର୍ଟ ଆଜି କ’ଣ ରାୟ ଦେବେ ତା’ଉପରେ ସମସ୍ତଙ୍କ ନଜର ରହିଛି। ଏଥିସହ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସ୍ଥିତି ଦେଖି ରଥଯାତ୍ରା ନିଷ୍ପତି ନେବା ପାଇଁ ଅନୁମତି ମଧ୍ୟ ଦେଇଥିଲେ।