ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୪ କରୋନା ଆକ୍ରାନ୍ତ: ମୋଟ ୪୫୧୨ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଓଡ଼ିଶାରେ ଆଉ ୧୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରେ ୧୪୬ ଜଣ ସଂଗରୋଧର ହୋଇଥିବା ବେଳେ ୨୮ ଜଣ ଲୋକାଲରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨ଲକ୍ଷ ୧୨ହଜାର ୨୨୪ଟି କରୋନା ଟେଷ୍ଟ ହୋଇଥିବା ବେଳେ ସେଥିରୁ ୪୫୧୨ଟି ପଜିଟିଭ ଆସିଛି। ସେହିପରି ରାଜ୍ୟରେ ୩୦୪୭ ଜଣ ସୁସ୍ଥ ହୋଇଥିବା ବେଳେ ୧୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି।

ଏହି ପରିପ୍ରେକ୍ଷୀରେ:-

ଗଞ୍ଜାମରୁ ସର୍ବାଧିକ-୫୬ ଜଣ
ବାଲେଶ୍ୱରରୁ-୩୪ ଜଣ
ପୁରୀରୁ-୧୬ ଜଣ
ଖୋର୍ଦ୍ଧାରୁ-୧୦ ଜଣ
ଯାଜପୁରରୁ-୯ ଜଣ
ନବରଙ୍ଗପୁର ଓ କେନ୍ଦ୍ରାପଡାରୁ-୭ ଜଣ ଲେଖାଏଁ
କୋରାପୁଟ ଓ କଳାହାଣ୍ଡିରୁ-୬ଜଣ ଲେଖାଏଁ
କେନ୍ଦୁଝରରୁ-୫ଜଣ
ବରଗଡ଼ରୁ-୪ ଜଣ
କନ୍ଧମାଳ, ଭଦ୍ରକ ଓ ସୁନ୍ଦରଗଡ଼ରୁ-୩ ଜଣ ଲେଖାଏଁ
ବୌଦ୍ଧରୁ-୨ ଜଣ
ମାଲକାନଗିରି, ନୂଆପଡ଼ା ଓ ବଲାଙ୍ଗିରରୁ-ଜଣେ ଲେଖାଏଁ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି।