ଚିକିତ୍ସା ବିଜ୍ଞାନରେ ବିରଳ ଅସ୍ତ୍ରୋପଚାର: ବିନା ବେହୋସରେ ବ୍ରେନ୍ ଅପରେସନ୍

ବିଶ୍ୱର ଚିକିତ୍ସା ବିଜ୍ଞାନରେ ଆଉ ଏକ ସଫଳତା। ରୋଗୀ ବେହୋସ ନକରାଯାଇ ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି। ଆମେରିକାର ଏକ ଡାକ୍ତରଖାନା ମେଥୋଡିଷ୍ଟ୍‍ ଡଲାସରେ ଜେନା ସ୍କ୍ରେଡ଼୍‍ ନାମକ ଜଣେ ମହିଳାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଛି, ସେ ପୁଣି ସମ୍ପୂର୍ଣ୍ଣ ସଚେତ ଥିବାବେଳେ। ଏହାସହିତ ଡାକ୍ତରଖାନାର ଫେସ୍‍ବୁକ୍‍ ପେଜ୍‌ରେ ସକାଳ ୧୧:୪୫ ଠାରୁ ଏହି ଅସ୍ତ୍ରୋପଚାର ପ୍ରକ୍ରିୟାର ଲାଇଭ୍‍ ଷ୍ଟ୍ରିମିଂ ମଧ୍ୟ କରାଯାଇଛି। ଯାହାକୁ ହଜାର ହଜାର ଲୋକ ଦେଖିଛନ୍ତି।

ମେଥୋଡିଷ୍ଟ୍‍ ଡଲାସର ମୁଖ୍ୟ ଡା. ନିମେଶ ପଟେଲଙ୍କ କହିବାନୁସାରେ, ଏ ପ୍ରକାର ଅସ୍ତ୍ରୋପଚାର ସମୟରେ ରୋଗୀ ଲଗାତର କଥାବାର୍ତ୍ତା କରିବା ଆବଶ୍ୟକ। ଏହାଦ୍ୱାରା ଅସ୍ତ୍ରୋପଚାରରେ ଯଦି କୌଣସି ଭୁଲ୍‍ ହୁଏ ତେବେ ତାହାକୁ ସୁଧାରିହେବ।