ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ୪ ଦିନିଆ ମହାରାଷ୍ଟ୍ର ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ଗସ୍ତରେ ରହିବେ ରାଷ୍ଟ୍ରପତି। ଏହି ୪ ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ରାଷ୍ଟପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସୋମବାର ରାଷ୍ଟ୍ରପତି ରାଇଗଡ ଦୁର୍ଗ ପରିଦର୍ଶନ କରିବେ ଏବଂ ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଆସନ୍ତାକାଲି ବାୟୁସେନା ଷ୍ଟେସନ, ଲୋହେଗାଓଁ ଓ ପୁଣେ ପରିଦର୍ଶନ କରି ଫ୍ଲାଇଂ ଡିସପ୍ଲେ ଦେଖିବା ସହ ଏୟାର ୱାରିୟର୍ସ ସହିତ ଯୋଗାଯୋଗ କରିବେ। ଡିସେମ୍ବର ୮ରେ ରାଷ୍ଟ୍ରପତି ମୁମ୍ବାଇର ୨୨ ତମ ମିସାଇଲ ଭେସେଲ ସ୍କ୍ବାଡ୍ରୋନ ବିଷୟରେ ଉପସ୍ଥାପନ କରିବେ।