ନୂଆଦିଲ୍ଲୀ: ନିକଟରେ ସୁପରଷ୍ଟାର ରଜନୀକାନ୍ତଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଛି। ଉକ୍ତ ସମ୍ମାନରେ ସମ୍ମାନିତ ହେବା ପରେ ରଜନୀକାନ୍ତ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏନେଇ ରଜନୀକାନ୍ତ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି।
