ରାଜୌରୀରେ ଯବାନଙ୍କୁ ଭେଟିଲେ ରାଜନାଥ

ଜମ୍ମୁ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲା ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜନାଥ ଯବାନଙ୍କୁ ଭେଟିଛନ୍ତି । ରାଜନାଥ ଆଇବୀ ଓ ଏଲଓସି ବ୍ୟତୀତ ରାଜୌରୀ-ପୁଁଛରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହାପୂର୍ବରୁ ଉତ୍ତରୀ ସେନାର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଜାରି ରହିଥିବା ରାଜୌରୀର ସଂଘର୍ଷ ସ୍ଥଳୀ ଗସ୍ତ କରିଥିଲେ ।

ସୂଚନାଯୋଗ୍ୟ, ଆଜି ସକାଳେ ରାଜୌରୀରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିବାବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଗତକାଲି କାଣ୍ଡି ଅଞ୍ଚଳର ଘନ ଜଙ୍ଗଲରେ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ବିସ୍ଫୋରଣରେ ସେନାର ୫ଜଣ ଯବାନ ସହିଦ ହୋଇଥିଲେ । ଏଥିସହିତ ମେଜର ରାଙ୍କର ଜଣେ ଅଧିକାରୀ ଆହତ ହୋଇଥିଲେ ।