ରାଜନାଥ ସିଂହଙ୍କ ୩ ଦିନିଆ ଋଷ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜିଠାରୁ ୩ ଦିନିଆ ଋଷ ଗସ୍ତରେ ଯାଇଛନ୍ତି। ଏହି ଗସ୍ତରେ ଭାରତ-ଋଷିଆ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ଅଧିକ ସୁଦୃଢ଼ ହେବ ବୋଲି ଶ୍ରୀ ସିଂହ କହିଛନ୍ତି। ଏଥିସହିତ ମସ୍କୋରେ ଆୟୋଜିତ ୭୫ ତମ ବିଜୟ ଦିବସ ପରେଡରେ ସେ ଯୋଗ ଦେବେ। ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତର ବିଜୟରେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ ସିଂହ। ଏହି କାର୍ଯ୍ୟକ୍ରମରେ ବହୁ ଦେଶର ପ୍ରତିନିଧି ମଧ୍ୟ ସାମିଲ ହେବେ।

ଆସନ୍ତାକାଲି ଋଷିଆ ବୈଦେଶିକ ମନ୍ତ୍ରୀ ଭାରତ-ଚୀନ ମଧ୍ୟରେ ତ୍ରିପାକ୍ଷିକ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ଆୟୋଜନ କରିଥିବା ଜଣାପଡ଼ିଛି।